×
Login

ରାଜ୍ୟ ସରକାର ଙ୍କ ପାତରଅନ୍ତର ନୀତି..ଦମକଳ ବାହିନୀ କର୍ମଚାରୀ ମନେ ଚଳିବେ କେମିତି...

0 Comments । By Black Cat News । 22 February, 2024

ରାଜ୍ୟ ସରକାର ଙ୍କ ପାତରଅନ୍ତର ନୀତି..ଦମକଳ ବାହିନୀ କର୍ମଚାରୀ ମନେ ଚଳିବେ କେମିତି..

କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ମହୁକୁମା ନାରାୟଣୀ ରୋଡ଼ ନିକଟସ୍ଥ ଦମକଳ କେନ୍ଦ୍ରରେ କାର୍ଯ୍ୟରତ ଫାୟାର ମ୍ୟାନ ଏବଂ ହାବିଲଦାର କର୍ମଚାରୀ କିଛି ଦିନ ହେବ କାର୍ଯ୍ୟବନ୍ଦ କରିଥିବା ଦେଖିବାକୁ ମିଳୁଛି। ଜାହା ଫଳରେ ଦମକଳ କେନ୍ଦ୍ରରେ କନ୍ଧମାଳ ଜିଲ୍ଲାର ଦଶଜଣ ହୋମଗାର୍ଡ କର୍ମଚାରୀ କିଛି ଦିନ ହେବ ଡିୟୁଟି କରୁଥିବା ଦେଖିବାକୁ ମିଳିଛି l ସୁଚନା ଥାଉକି ଦମକଳ ବାହିନୀ କର୍ମଚାରୀଙ୍କ ଦାବିପତ୍ର ମଧ୍ୟରୁ ପ୍ରଥମ ଦାବିପତ୍ରଟି,ଆଗ୍ନିକ ସେବା ସଂସ୍ଥା କର୍ମଚାରୀ  ସଂଘକୁ ସରକାର ପଞ୍ଜୀକୃତ କରିବା, ଦ୍ୱିତୀୟ ଦାବିପତ୍ର ହେଉଛି,ରାଜ୍ୟ ଆଗ୍ନିକ ସେବା ସଂସ୍ଥାର ଆଗ୍ନିକ, ଆଗ୍ନିକ ଗାଡ଼ିଚାଳକ , ଏବଂ ଆଗ୍ନିକ ହାବିଲଦାର ମାନଙ୍କୁ ଓଡ଼ିଶା ପୋଲିସରେ କାର୍ଯ୍ୟରତ କନେଷ୍ଟବଳ ହାବିଲଦାର ମାନଙ୍କ ସହିତ ସମାନ କାମକୁ ଦରମା ଏବଂ ବିଭିନ୍ନ ସମସ୍ୟାର ସରଳ ସମାଧାନ କରିବା ପାଇଁ ଦାବୀ ରଖିଥିବା ଦେଖିବାକୁ ମିଳିଛି ।ସରକାର କନଷ୍ଟେବଳ ସଂଘଠନ ଟିକୁ ସନ୍ମାନ ଦେଇ କନଷ୍ଟେବଳ ମାନଙ୍କର ବିଭିନ୍ନ ସମସ୍ୟାର ସରଳ ସମାଧାନ ଆଇନ୍ ଗତ ମାଧ୍ୟମରେ କରୁଛନ୍ତି । କିନ୍ତୁ ଦୁଃଖର ବିଷୟ ରାଜ୍ୟରେ କାର୍ଯ୍ୟରତ ଆଗ୍ନିକ କର୍ମଚାରୀ ଏବଂ ହୋମଗାର୍ଡ କର୍ମଚାରୀ ମାନଙ୍କୁ ପାତରଅନ୍ତର ନୀତି ଅବଲମ୍ବନ କରୁଥିବାରୁ ସେମାନଙ୍କର ମାନବାଧିକାର  କ୍ଷୂର୍ଣ୍ଣ ହେଉଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଆଗ୍ନିକ କର୍ମଚାରୀ କାର୍ଯ୍ୟବନ୍ଦ କରୁଥିବାରୁ ଫୁଲବାଣୀ ଅଞ୍ଚଳରେ ଜଦି କୈାଣସି ଦୈବୀ ଦୁର୍ବିପାକ ଘଟେ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ବୃଦ୍ଧି ଜୀବ ମହଲରେ ଆଲୋଚନା ହେଉଥିବା ଦେଖିବାକୁ ମିଳୁଛି !

Ramesh Kumar Panda's Report
BlackCatNews, Kandhamal




Also Read

×